ଛତିଶଗଡରେ ହୁକା ବାର୍‌ ବନ୍ଦ ହେବ : କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ ବାକି

ରାୟପୁର : ଛତିଶଗଡର ଭୂପେଶ ବାଗେଲ ସରକାର ରାଜ୍ୟରେ ମଦ ବଂଦ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି । କିନ୍ତୁ ଆଗାମୀ ଦିନରେ ଛତିଶଗଡରେ ହୁକା ବାର ବନ୍ଦ ହେବାକୁ ଯାଉଛି । ବାସ୍ତବରେ ରାଜ୍ୟରେ ହୁକା ବାର୍ ବ୍ୟବସାୟକୁ ଅପରାଧ ବିବେଚନା କରିବା ପାଇଁ ରାଜ୍ୟପାଳ ଅନୁସୁୟା ଉଇକେ ଏକ ବିଲ୍ ଅନୁମୋଦନ କରିଛନ୍ତି । ସିଗାରେଟ୍ ଏବଂ ଅନ୍ୟାନ୍ୟ ତମ୍ବାଖୁ ଦ୍ରବ୍ୟର ନିଷେଧ, ବାଣିଜ୍ୟ ଏବଂ ଯୋଗାଣ ତଥା ବିତରଣର ନିୟମାବଳୀ ପାଇଁ ରାଜ୍ୟପାଳ ଉଇକେ ସଂଶୋଧିତ ଡ୍ରାଫ୍ଟରେ ଦସ୍ତଖତ କରିଛନ୍ତି । ବର୍ତ୍ତମାନ ତାଙ୍କ ସମ୍ମତି ପାଇଁ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କଠାରୁ ସମ୍ମତି ପାଇବା ପରେ ଏହି ନିୟମ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.