ଗଛ ଲଗାନ୍ତୁ, ଧୂଆଁ ବିହୀନ ଯାନ ବ୍ୟବହାର କରି ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ପାଆନ୍ତୁ : ହୃଷୀକେଶ ପାଢୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ତା୦୭/୦୯/୨୦୨୧ରିଖ ଦିନ ଆନ୍ତର୍ଜାତୀୟ ”ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ” ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢୀ ଧୁଆଁ ବିହୀନ ନିଜର ବ୍ୟାଟେରୀ ଚାଳିତ ସ୍କୁଟିରେ ନିଜ ଗ୍ରାମରୁ ବାହାରି ଡେଲାଙ୍ଗ ତହସିଲ, ଉପ ନିବନ୍ଧକ କାର୍ଯ୍ୟାଳୟ, ଡେଲାଙ୍ଗ ଷ୍ଟେସନ ବଜାର, ଗୁଆଳିପଡା ଗ୍ରାମ ପଞ୍ଚାୟତ, ମାଛପଡା, ସତ୍ୟଭାମା ପାଟପୁର, ଶ୍ରୀପୁରୁଷୋତ୍ତମ ପୁର, ଇନ୍ଦିପୁରୁ ବଜାର ଦେଇ ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମରେ ପହଞ୍ଚି ଆଜିର ଦିବସର ମହତ୍ୱ ବୁଝାଇବା ସହ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ପାଇବା ତଥା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଗଛ କାଟିବାରୁ ନିବୃତ୍ତ ହୋଇ ଅଧିକରୁ ଅଧିକ ଗଛ ଲଗାଇବା, ସାଇକେଲ ତଥା ଧୂଆଁବିହୀନ ଯାନ ବ୍ୟବହାର କରିବା, ଅଳିଆ ଆବର୍ଜନାକୁ ଏଣେତେଣେ ନ ପକାଇ ପୋତି ଦେବା, ଜଂଗଲରେ ନିଆଁ ନ ଲଗାଇ ଏହାର ସୁରକ୍ଷା ପ୍ରତି ଧ୍ୟାନ ଦେବା, ସ୍ୱଚ୍ଛ ଇନ୍ଧନ ତଥା ଧୁମ୍ର ବିହୀନ ଚୁଲା ବ୍ୟବହାର କରିବା ଉପରେ ଜନସାଧାରଣଙ୍କୁ ବୁଝାଇଥିଲେ । ସଂପ୍ରତି ବାୟୁପ୍ରଦୂଷଣ ଶତାବ୍ଦୀର ବଡ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହୋଇଛି ।ବାୟୁ ପ୍ରଦୂଷଣ ଯୋଗୁଁ ହୃଦରୋଗ, ଷ୍ଟୋକ୍, କ୍ୟାନସର, ଆଜ୍ ମା, ସିଓପିଡି, ନିମୋଜୋନିଓସିସ୍, ସ୍ନାୟୁଗତ ଦୁର୍ବଳତା, ମାନସିକ, ଅସୁସ୍ଥତା, ବାରମ୍ବାର ଛିଙ୍କ ଲାଗିବା, କାଶ ହେବା, ଅଣ ନିଶ୍ୱାସୀ ଲାଗିବା, ଆଖି, ନାକ, ଗଳାରେ କଷ୍ଟ ଅନୁଭବ ହେବା, ଦେହ ହାତ କୁଣ୍ଡାଇ ହେବା ଆଦି ଦେଖାଯାଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଆଜିର ଦିବସରେ ଆମକୁ ସମୁହ ସଂକଳ୍ପ ନେବାକୁ ହେବ ।

Leave A Reply

Your email address will not be published.