ହୃଦଘାତରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ଲଖମରା ଗ୍ରାମର ଜଗନ୍ନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସୁନାଙ୍କର ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ସ୍କୁଲରେ କାର୍ୟ୍ୟରତ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ନିଜସ୍ୱ ଘର ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଦିପ୍ତିପୁର ନିକଟସ୍ଥ ଝୁନଙ୍ଗାପାଲି ଗ୍ରାମରେ ପ୍ରାରମ୍ଭେ ଶ୍ରୀ ସୁନା ଦିପ୍ତିପୁର ହାଇସ୍କୁଲରେ ଶୀକ୍ଷକତା କରୁଥିଲେ । ତାଙ୍କର ଦୁଇ ପୁଅ, ଗୋଟିଏ ମାତ୍ର ଝିଅ । ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ । ଖରବ ପାଇ ସଙ୍ଗେ ସଙ୍ଗେ ଘର ଲୋକ ଆସି ମୃତଦେହ ଘରକୁ ନେଇ ଯାଇଥିଳେ । ପୂର୍ବରୁ ଶ୍ରୀ ସୁନାଙ୍କର ଦେହ ଖରାପ ରହୁଥିଲା । ଜଣେ ଅତ୍ୟନ୍ତ ମେଳାପୀ ଓ କର୍ତ୍ତବ୍ୟ ପରାୟଣ, ଛାତ୍ରଛାତ୍ରୀମାନଙ୍କ ପ୍ରିୟ ଶିକ୍ଷକ ଭାବରେ ଶ୍ରୀ ସୁନା ପରିଚିତ । ଶ୍ରୀ ସୁନାଙ୍କର ବିୟୋଗ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଶ୍ରୀ ସୁନାଙ୍କର ବିୟୋଗରେ ଅନେକ ଶିକ୍ଷକ ତଥା ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଶୋକ ବ୍ୟକ୍ତ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ପଦ୍ମପୁର ଅଞ୍ଚଳରେ ତାଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.