ଶିକ୍ଷକ ହୃଦା ମହାନନ୍ଦଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଖାତିମୁଣ୍ଡା ଗାଁ ସ୍କୁଲର ସହକାରୀ ଶିକ୍ଷକ ତଥା ଅମଲାପାଲି ଗାଁର ବାସିନ୍ଦା ହୃଦା ମହାନନ୍ଦ (୪୩)ଙ୍କ ଗତ ୧ ତାରିଖରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମହାନନ୍ଦ କୌଣସି ଏକ ରୋଗରେ ପୀଡିତ ଥିବା ବେଳେ ସେ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ତଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟର ରାୟପୁର ଠାରେ ଏକ ଡ଼ାକ୍ତର ଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଗତ ୧ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ତଥା ପରୋପକାରୀ, ସମସ୍ତଙ୍କୁ ଆପଣା ଭାବି ଲୋକ ମାନଙ୍କ ଦୁଃଖ ସୁଖର ସାଥି ହୋଇଥିଲେ । ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ଶୁଭେଚ୍ଛୁ ମାନେ । ସେ ଜିପି ହାଇସ୍କୁଲ କପିଲାଭଟା ରୋପ୍ୟ ଜୟନ୍ତୀ ପାଳନ କମିଟିର ସଭାପତି, ମୋ ସ୍କୁଲ ଅଭିଯାନର ସଭାପତି, ପୂର୍ବତନ ଛାତ୍ର ସଂସଦର ସଭାପତି, ବାମସେଫ ସଂଗଠନର ସାଧାରଣ ସମ୍ପାଦକ ସହ ସେ ବିଭିନ୍ନ ସଂଗଠନ ସହିତ ଯୋଡି ହୋଇଥିଲେ । ସେ ଜଣେ ଲେଖକ, କବି, ସମାଜକର୍ମୀ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କର ପରଲୋକ ହେବା ପରେ ପରିବାରରେ ଥିବା ସ୍ତ୍ରୀ ରୀନା ମହାନନ୍ଦ, ପୁଅ ଦେବ ମହାନନ୍ଦ ଓ ସାନପୁଅ ମହାନନ୍ଦ ସେମାନେ ବେସାହାରା ହୋଇଯାଇଛନ୍ତି । ଆଜି ପହଁନ୍ତିଆରେ ଗାଁକୁ ଶବ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନେ ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କ ନିକଟକୁ ଅଞ୍ଚଳର ବହୁ ଶିକ୍ଷକ, ରାଜନେତା ଓ ଜନ ପ୍ରତିନିଧି ପହଁଚି ଶେଷ ଦର୍ଶନ କରିଥିଲେ । ବଡ଼ପୁଅ ଦେବ ମହାନନ୍ଦ ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଗତକାଲି ସକାଳେ ଗାଁର ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.