ବାଛୁରି ହତ୍ୟାରେ ଲଜିଜ୍ ହୋଟେଲର କୌଣସି ସଂପୃକ୍ତି ନାହିଁ : ଏସ୍‌ପି

  • ବାଛୁରିକୁ ଟ୍ରକ ଚାପିଦେଲା, କୁକୁର ଟାଣି ଆଣିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ସ୍ଥାନୀୟ ପ୍ୟାଲେସ ଲାଇନ ସ୍ଥିତ ଲଜିଜ୍ ହୋଟେଲ ନିକଟରେ ଏକ ବାଛୁରିର କ୍ଷତାକ୍ତ ମୃତ ଶରୀର ଦେଖିବାକୁ ମିଳିଥିଲା । ଏହା ଦେଖି କିଛି ଲୋକ ଉତ୍ୟକ୍ତ ହୋଇ ଉକ୍ତ ହୋଟେଲ ଉପରେ ଗୋହତ୍ୟା ଅଭିଯୋଗ କରିବା ସହ ବିଭିନ୍ନ ନାରା ଦେଇ ୨୬ ନଂ ଜାତୀୟ ରାଜପଥ ବନ୍ଦ କରିଥିଲେ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ରାସ୍ତା ଖାଲି କରିବା ସହ ଗୋରୁର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣାର ତଦନ୍ତର ନିର୍ଭର ପ୍ରତିଶୃତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ । କିନ୍ତୁ ଉକ୍ତ ଅଂଚଳ ଓ ସମାଜିକ ଗଣମାଧ୍ୟରେ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ବଲାଙ୍ଗିର ଏସ୍‌ପି ଉକ୍ତ ଘଠଣାରେ ଲଜିଜ୍ ହୋଟେଲର କୌଣସି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ ଭାବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ସମୟର ଏକ ଭିଡିଓ ପୁଲିସର ହସ୍ତଗତ ହୋଇଛି । ସେଥିରେ ଏକ ଟ୍ରକ ଉକ୍ତ ବାଛୁରି ଉପରେ ଚଢ଼ିଯିବା ପରେ ବାଛୁରିର ମୃତଦେହ ରାସ୍ତା ଉପରେ ପଡିଥିଲା । କିଛି କୁକୁର ଜମା ହୋଇ ବାଛୁରିକୁ ଲଜିଜ୍ ଦୋକାନ କଡକୁ ଟାଣି ଆଣିଥିବା ସ୍ପଷ୍ଟ ଜଣା ପଡୁଛି । ଏଣୂ ଏହି ହୋଟେଲର ବାଛୁରି ମୃତ୍ୟୂରେ କୌଣସି ସଂପୃକ୍ତି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସ୍ପଷ୍ଟ କରିଛନ୍ତି ।

jittmm
Leave A Reply

Your email address will not be published.