ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିନୟ, ନୃତ୍ୟ ପ୍ରଦର୍ଶନ ଏଵଂ କଣ୍ଠ ଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ବାର୍ଷିକୀ ମାଁ ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅଭିନେତ୍ରୀ ଶୀତଲ ପାତ୍ର, କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ମଞ୍ଚ ପରିବେଷଣ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଯାହା ଲକ୍ଷାଧିକ ଦର୍ଶକଙ୍କୁ ବହୁ ସମୟ ଧରି ତାଙ୍କରି ଭୂମିକା ଗ୍ରହଣ ସମୟକୁ ଅପେକ୍ଷା ରତରେ ଦର୍ଶକ ଚାହିଁ ରହିଥିଲେ । ତୃତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ପ୍ରାରମ୍ଭରେ ସ୍ୱାଗତ ନୃତ୍ୟ ପରିବେଷଣରେ ଛତ୍ରପୁର କଳା ବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ଦୁର୍ଗା ତାଣ୍ଡବଲୀଳା ଓ ମହିଷାସୁର ବଦ୍ଧ ନୃତ୍ୟ ପରିବେଷଣ ଦର୍ଶକ ତଥା ମାଁ ରାମଚଣ୍ଡୀ ଙ୍କ ଭକ୍ତଜନଙ୍କୁ ମନରେ ଶକ୍ତି ପ୍ରଦାୟିନୀ ମାଁ ଦୁର୍ଗାଙ୍କ ଆଧ୍ୟାତ୍ମିକ ଭାବାନ୍ତର ବେଗ ଆଣିଦେଥିଲା । ଆନ୍ତଃ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ, ଗୁରୁ ଅଳକା ସାହୁଙ୍କ ନିର୍ଦ୍ଦେଶିତ ଦୁର୍ଗା ତାଣ୍ଡବ ନୃତ୍ୟରେ ୧୩ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଗୋଷ୍ଠୀ ନୃତ୍ୟ କ୍ରମରେ ଓଡ଼ିଶୀନୃତ୍ୟ ପରିବେଷଣ ଖୁବ୍ ଚିତ୍ତାକର୍ଷକ ଥିଲା । ପରେ ପରେ ସମ୍ବଲପୁରୀ, ଆଦିବାସୀ ନୃତ୍ୟ, ଖୋର୍ଦ୍ଧାର ପାଇକ-ଯୋଦ୍ଧା ନୃତ୍ୟ, କୋରିଓ ଗ୍ରାଫେର ଜୀବନ କୁମାର ମହାରଣାଙ୍କ ଦ୍ଵାରା ନିର୍ଦ୍ଦେଶିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଖୁବ ଆକର୍ଷଣୀୟ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ମଞ୍ଚରେ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ସିନେମା ଜଗତର ପ୍ରଖ୍ୟାତ ପ୍ରଛଦପଟ୍ଟ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଅଭିନୟ, ନୃତ୍ୟ ପ୍ରଦର୍ଶନ ଲକ୍ଷାଧିକ ଦର୍ଶକଙ୍କୁ ବେଶ ଆକର୍ଷିତ ଓ ପ୍ରଭାବିତ କରିଥିଲା । ଦର୍ଶକ ତାଙ୍କରି ନୃତ୍ୟ ସଙ୍ଗୀତରେ ଆତ୍ମବିଭୋର ହୋଇ ଉଠିଥିଲେ, ରାତ୍ର ୧୨ ଘଣ୍ଟା ମଧ୍ୟରେ ସମାହିତ ହୋଇଆସୁଥିବା ମେଗା ରଙ୍ଗେଲି ମଞ୍ଚ କାର୍ଯ୍ୟକ୍ରମ ପରିବେଷଣ ବେଶ ଉଲ୍ଲାସିତ ଅନୁଭବ ହୋଇଥିଲା । ତାଙ୍କରି ପୂର୍ବରୁ ମଞ୍ଚ ଉପରକୁ ଆସିଥିଲେ, ଓଡିଶାର ସିନେ ଜଗତର କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସଙ୍ଗୀତରେ ଦର୍ଶକ ବିମୋହିତ ହୋଇଥିଲେ । ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ମାଁ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ସୁଧାକର ପଣ୍ଡା ଯୋଗଦେଇ କଳାକାର ତଥା ନୃତ୍ୟ ଗୁରୁ, ନୃତ୍ୟଶିଳ୍ପୀ, କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟଆୟୋଜକ, ପରିଚାଳକ, ଦାୟିତ୍ଵ ନିର୍ବାହକ, ମୁଖ୍ୟ ଆବାହକ, ମୁଖ୍ୟ ଉଦ୍ୟକ୍ତା ତଥା ଏକାଧାରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ଟ୍ରଷ୍ଟ ସଦସ୍ୟ ଲକ୍ଷ୍ମୀ ନୃସିଂହ ପଣ୍ଡା, ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସମ୍ପାଦକ ତଥା ଆବାହକ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ, ପୂଜା କମିଟୀ କର୍ମକର୍ତ୍ତା ତୁଷାର ଶତପଥୀ, ଜ୍ୟୋତିଷ ବିଶାରଦ ଦୀପକ ଦାସ, ସ୍ଥପତି ପଣ୍ତିତ ବିଜୟ ତ୍ରିପାଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ତଥା ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ମହାସଂଘର ସାଧାରଣ ସମ୍ପାଦକ କୋରିଓ ଗ୍ରାଫର୍ ଜୀବନ କୁମାର ମହାରଣା ପ୍ରମୁଖଙ୍କ ସକ୍ରୀୟ ସହଯୋଗ ପୂର୍ଣ୍ଣ ଅଂଶଗ୍ରହଣ ଖୁବ ନିଆରା ଓ ଚର୍ଚ୍ଚାର ବିଷୟ ହୋଇଛି । ପୂଜାକମିଟୀ, ଟ୍ରଷ୍ଟ ସଭ୍ୟ ଓ ମାଁଙ୍କ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସକ୍ରୀୟ ସହଯୋଗରେ ରାମଚଣ୍ଡୀ ମହୋତ୍ସବର ତୃତୀୟସନ୍ଧ୍ୟା ଖୁବ ସୁରୁଖରେ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.