ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ପକ୍ଷରୁ ଡାକ୍ତରଖାନା ସମ୍ମୁଖରୁ ଉଠାଗଲା ଗଛ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବର୍ଷା ହେବା ଯୋଗୁଁ ଟିଟିଲାଗଡ ସରକାରୀ ଡାକ୍ତରଖାନା ଗେଟ ସମ୍ମୁଖରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ କିଛି ଦିନ ହେବ ଗୋଟିଏ ଗେଟ ବନ୍ଦ ହୋଇଯାଇଥିଲା । ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ଲୋକେ ହେଉଥିଲେ । ଆମର ଖବର ପ୍ରକାଶନ ପାଇବା ପରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରିହାଁନ ଖତ୍ରି ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ ସୋମବାର ସନ୍ଧ୍ୟାରେ ପୌରପରିଷଦର ସଫେଇ କର୍ମଚାରୀମାନେ ଆସି ଡାକ୍ତରଖାନା ବାହାର ଭିତର ଡାଳ ସଫା କଲେ କିନ୍ତୁ ଗଛର ବଡ଼ ବଡ଼ ଗଣ୍ଡି ପଡି ରହିଥିଲା । ସଫା ନ ହେବା କାରଣ ଜାଣି ପୁଣି ଉପ ଜିଲ୍ଲାପାଳ ଶ୍ରୀ ଖତ୍ରି ବନବିଭାଗକୁ ନିର୍ଦ୍ଦେଶ ଦେବା ପରେ ଆଜି ସକାଳୁ ବନ ବିଭାଗର କର୍ମଚାରୀ ଜେସିବି ଆଣି ଗଛ ନେଉଥିବା ଦେଖିବାକୁ ମିଳିଛି । ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମାନି ବନବିଭାଗ ଗଛ କାଢ଼ି ଥିବାରୁ ଲୋକଙ୍କ ଯିବା ଆସିବାରେ ପୂର୍ବଭଳି ସୁବିଧା ହୋଇପାରିବ ।

Leave A Reply

Your email address will not be published.