ଜଳାଭିଷେକ ଅନ୍ତିମ ଦିବସ ଉପଲକ୍ଷେ କାଉଡିଆଙ୍କ ହୋମ ଶେଷ

ପାତ୍ରପୁର : ପାତ୍ରପୁର ବ୍ଲକ ତୁରିବୁଡି ଚନ୍ଦ୍ରଶେଖର ବୋଲବମ୍‌ ସଂଘ କାଉଡ଼ିଆଙ୍କ ପକ୍ଷରୁ ଚଳିତ ମାସରେ ଅନୁଷ୍ଠିତ ଜଳାଭିଷେକ ଅନ୍ତିମ ଦିବସରେ ଉପଲକ୍ଷେ ହୋମ ଶେଷ ହୋଇଛି । ବୋଲବମ୍‌ ସଂଘ ପକ୍ଷରୁ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଅଞ୍ଚଳରେ ଥିବା ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଶୈବ ପୀଠମାନଙ୍କରେ ଜଳାଭିଷେକ କରିଥିଲେ । ସଂଘର ୪୭ଜଣ ତୁରିବୁଡି କଣ୍ଟାଖାଳି ଗ୍ରାମର ଭକ୍ତ ସାମିଲ ହୋଇ ସମାସିଙ୍ଗି ଶାସନ ଧାନ୍ୟରାଶି ମୋହନା ମଲାଭଣଜା ପ୍ରଭୃତି ସ୍ଥାନରୁ ଲୁହାଖମ୍ବ ନୂଆଗଡ଼ ଘଟକେଶ୍ୱର ଗଜପତି ଜିଲ୍ଲା ଛେଳିଗଡ଼କୁ ନେଇ ଜଳ ଅଭିଷେକ କରିଥିଲେ । ପୂର୍ଣ୍ଣିମା ତିଥିରେ ବରାହି ପୀଠରୁ ଜଳ ଆଣି ଗ୍ରାମର ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରିଥିଲେ । ଏଥିନିମନ୍ତେ ଏହି ପୀଠରେ ପଣ୍ଡିତମାନଙ୍କ ଦ୍ୱାରା ହୋମ ଜଗତ ମଙ୍ଗଳ ପାଇଁ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ କର୍ତ୍ତା ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମାସରେ ପ୍ରାୟ ୨୫୦କିଲୋମିଟରରୁ ଅଧିକ ପଥ ପାଦରେ ଚାଲି ବିଭିନ୍ନ ପୁଣ୍ୟ ନଦୀରୁ ଓ ପୀଠରୁ ଜଳ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.