ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ବୁଧବାର ଦିନ ହୋଲି ଖେଳ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଆବାସର କାର୍ଯ୍ୟନିର୍ବାହୀ କର୍ମୀ ତଥା ସଙ୍ଗୀତ ଗୁରୁ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅଧିକ୍ଷକ ରମାକାନ୍ତ ସାହୁ, ବିଜୟ ଖମାରୀ, ବାସୁଦେବ ବେହେରା, ହୃଦୟାନନ୍ଦ ଷଡ଼ଙ୍ଗୀ, ଜଗତପତି ଦାନୀ ଯୋଗଦେଇ ହୋଲି ପର୍ବର ବିଶେଷତା ଏବଂ ପାରସ୍ପରିକ ଭାଇଚାରା ବିଷୟରେ ମତ ପ୍ରଦାନ କରିଥିଲେ । ଚତୁର୍ଭୁଜ ଭୋଇ, ସଞ୍ଜୁ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।