ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ

ପାଟଣା : ବାରିଆ ଥାନା ଭୁଇଁପୁର ମଠ ସାହିରେ ହୋଲି ଖେଳି ସାରି ଗାଧେଇବାକୁ ଯାଇ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ଦୁଇ ଭଉଣୀ ସ୍ୱାତିରାଣୀ ନାଏକ ଓ ସଞ୍ଜୁଲତା ନାଏକ ବୋଲି ଜଣାପଡିଛି ।ସୂଚନା ଅନୁସାରେ ୨ ଭଉଣୀ ସ୍ବାତିରାଣୀ ଓ ସଞ୍ଜୁଲତା ଗତକାଲି ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ଉଭୟ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ପୋଖରୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି ।

Leave A Reply

Your email address will not be published.