ଖଲିଆପାଲି ସ୍କୁଲରେ ହକି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହକି ବିଶ୍ୱକପକୁ ସ୍ମରଣୀୟ, ଲୋକପ୍ରିୟ ଓ ଏହାର ପ୍ରଚାରପ୍ରସାର କରିବା ପାଇଁ ହକି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପସାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସଭା ଅନୁଷ୍ଠିତ ହୋଇଥିଲା । ତତ୍‌ପରେ ସମସ୍ତଙ୍କ ସମାବେଶରେ ଖଲିଆପାଲି ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗୋଲି, ସଂଗୀତ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକ ଚନ୍ଦନ, ସଂଗୀତା ସାହୁ, ପୁରାତନ ଛାତ୍ରୀ ଜୟକୁମାରୀ ତାଣ୍ଡି ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.