ଢେଙ୍କାନାଳ ରାଜ୍ୟସ୍ତରୀୟ ହକି ମିଟ୍‌ରେ ଛତ୍ରପୁର ଗ୍ରାସରୁଟ୍ ଟିମ୍ ଅଂଶଗ୍ରହଣ କରିବେ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଭାଲ ଟାଟା ହକି ସୌଜନ୍ୟରେ ଢେଙ୍କାନାଳ ଷ୍ଟାଡିୟମଠାରେ ସଂଗଠିତ ହେଉଥିବା ରାଜ୍ୟସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ସାମାରୋହରେ ଗଞ୍ଜାମ ପକ୍ଷରୁ ଓଡିଶା ଗ୍ରାସରୁଟ୍ ସେଣ୍ଟର ଛତ୍ରପୁର ଟିମ୍ ଯୋଗ ଦେଉଛନ୍ତି । ଗତକାଲି ସନ୍ଧ୍ୟା ଛତ୍ରପୁର ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସାମାରୋହରେ ୧୬ଜଣ ବାଳକ ଓ ୧୬ଜଣ ବାଳିକା ବିଭାଗଙ୍କ ମଧ୍ୟରେ ଏକ କ୍ରୀଡା କସରତ ପ୍ରସ୍ତୁତି କରାଯାଇଥିଲା ଏବଂ ଗଞ୍ଜାମ ହକି ଆସୋସିଏସନର ସମ୍ପାଦକ ଶତ୍ରୁଘ୍ନ ନାହାକ ଏ ସମ୍ପର୍କିତ ଏକ ଆଲୋଚନା କରିବା ସହ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ସମସ୍ତ ୧୬ ଅବା ୧୭ ବର୍ଷର ପୁଅ ଓ ଝିଅମାନଙ୍କୁ ନେଇ ଉକ୍ତରାଜ୍ୟସ୍ତରୀୟ କ୍ରୀଡା ସାମାରୋହରେ ଅଂଶଗ୍ରହଣ କରୁଥିବା ଅବସରରେ ଅଭିଭାବକଙ୍କ ସହ ଆଲୋଚନା ହୋଇ ବାଳକ ବାଳିକାମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏହି ଜୁନିୟର ବ୍ୟାଚ କ୍ରୀଡାଦଳ ଆସନ୍ତା ରବିବାର ଟ୍ରେନ ଯୋଗେ ଯାତ୍ରା କରିବେ ଏବଂ ଚଳିତ ୭ ତାରିଖରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହକି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବେ ବୋଲି ମୁଖ୍ୟ କୋଚ୍ ସନ୍ତୋଷ କୁମାର ଗୌଡ଼ ଏହି ସୂଚନା ଦେଇଛନ୍ତି । ଅନ୍ୟତମ କୋଚ୍ ମନୋଜ କୁମାର ସ୍ୱାଇଁ, ଏମ୍.ସୁନୀଲ ରେଡ୍ଡୀ ଯୋଗ ଦେଇଛନ୍ତି । ସଂଗଠନର ଉପସଭାପତି ଟି.ଚନ୍ଦ୍ରଶେଖର ରାଓ, କୋଷାଧ୍ୟକ୍ଷ ବାଦଲ ପାଣ୍ଡି ପ୍ରମୁଖ ଜୁନିୟର କ୍ରୀଡାବିତଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.