oom

ପଠାଣିସାମନ୍ତ ମେଧାବୃତ୍ତିରେ ପୁଣି ଇତିହାସ ରଚିଲା ବଡ଼କର୍ଲେ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପାଠପଢା ଠୁ ଆରମ୍ଭ କରି ନବୋଦୟ, ବୃତ୍ତି, ପଠାଣି ସାମନ୍ତ, ଏକଲବ୍ୟ, ଇନଷ୍ପାୟାର, ଏନ୍‌.ଏମ୍‌.ଏମ୍‌.ଏସ୍‌ ପରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପରିଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ସହଶିକ୍ଷା ଅଧିକାରୀ ଗଞ୍ଜଳୁ ମିର୍ଦ୍ଧା ଯୋଗଦେଇ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୪ଜଣ ଛାତ୍ରଛାତ୍ରୀ ରାଜ ମାଝୀ, ଏକାମ୍ର ନାଏକ, ରୋଶନୀ ସାହୁ, ପ୍ରିୟାଂଶୀ ପଧାନଙ୍କୁ ସମ୍ବର୍ଦ୍ଧିତ କରି ଶୃଙ୍ଖଳାର ସହିତ ଅଧ୍ୟୟନ କରି ଜଣେ ଜଣେ ଭଲ ମଣିଷ ଭାବରେ ସମାଜରେ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ସମଗ୍ର ଡୁଙ୍ଗୁରିପାଲି ବ୍ଲକର ୧୦ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ତର ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସର୍ବାଧିକ ୪ଜଣ ଛାତ୍ରଛାତ୍ରୀ ବଡକର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଟନ୍ତି । ସମ୍ମାନିତ ଅତିଥିଭାବେ ମାୟାବାର୍ହା ସି.ଆର୍‌.ସି.ସି ସୌରଭ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନେ ମନଯୋଗ ସହକାରେ ପାଠତ୍ପଢି ଆଗାମୀ ଦିନରେ ଆହୁରି ଅନେକ ସଫଳତା ଆଣିବାକୁ ପ୍ରେରଣା ଦେଇଥିଲେ । ବିଜ୍ଞାନ ଶିକ୍ଷକ ଲୋକନାରାୟଣ ମହାନନ୍ଦ ସଭାକୁ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଣିତ ଶିକ୍ଷକ କୃପାସିନ୍ଧୁ ନାଏକ, ଇଂରାଜୀ ଶିକ୍ଷକ ଲୋକନାଥ ପଧାନ, ଶିକ୍ଷୟିତ୍ରୀ ସବିତା ବିଶି , ଶ୍ରଦ୍ଧାଞ୍ଜଳି ବିଶି, ମନ୍ଦାକିନୀ ସାହୁ, ଶାରୀରିକ ଶିକ୍ଷକ ସାରଥୀ ଥପା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.