ସମ୍ବଲପୁର : ଖୋଲିଲା ହୀରାକୁଦ୍ ଗେଟ୍ । ଏକାସାଙ୍ଗେ ଖୋଲିଛି ହୀରାକୁଦର ୪ଟି ଗେଟ୍ । ବାମ ପାଶ୍ୱରେ ୩ଟି ଏବଂ ଡାହାଣ ପାଶ୍ୱରେ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେବେ ସକାଳ ୯ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ରହିଛି ୬୨୦.୫୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୫୨ ହଜାର ୪୫୫ କ୍ୟୁସେକ ଜଳ । ସେହିଭଳି ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୩୧ ହଜାର ୫୨୫ କ୍ୟୁସେକ ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ନ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି ।
