ପୁରୁଷଙ୍କ ପ୍ରତି ହିଂସା ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୁଷ ପ୍ରଭୃତ୍ୱ ଦୁନିଆରେ ମହିଳାମାନଙ୍କୁ ଘରୋଇ ହିଂସାରୁ ନିବୃତ କରିବା ପ୍ରଚେଷ୍ଟା ସ୍ୱାଭାବିକ ଏବଂ ଯଥାର୍ଥ । ଏହା ଦଶନ୍ଧି ଧରି ଚାଲି ଆସୁଛି । ମହିଳାମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ନିଶ୍ଚିତ ଜରୁରୀ । ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ, ପୁରୁଷଙ୍କ ପ୍ରତି ହେଉଥିବା ହିଂସା ଏବଂ ନିର୍ଯାତନା କେତେ ବ୍ୟାପକ ଅଟେ ।

ଘରୋଇ ନିର୍ଯାତନା ଏବଂ ହିଂସା ଆନ୍ତର୍ଜାତୀୟ ଆଲାଇନ୍ସ (DAVIA) ଦ୍ଵାରା ୨୦୨୨ରେ ଉପସ୍ଥାପିତ ହୋଇଥିଲା । ଘରୋଇ ନିର୍ଯାତନାର ଶିକାର କେବଳ ମହିଳାଙ୍କ ମଧ୍ୟରେ ସୀମିତ ନୁହେଁ ବୋଲି ପ୍ରତିକ୍ରିୟାରେ ଏହି ଦିନ କୁହାଯାଇଥିଲା ।

ଯଦିଓ ମହିଳାଙ୍କ ପାଇଁ ଏହି ସଂଖ୍ୟା ଟିକେ ଅଧିକ- ପ୍ରତି ୪ ମହିଳାରେ ଜଣେ ହିଂସାରେ ଶିକାର ହେଉଥିବା ବେଳେ, ପ୍ରତି ୬/୭ ପୁରୁଷଙ୍କ ମଧ୍ୟରୁ ଜଣେ ଘରୋଇ ହିଂସା କିମ୍ବା ନିର୍ଯାତନାର ଶିକାର ହୋଇଥିବା ଏକ ପରିସଂଖ୍ୟାନରୁ ଜଣାଯାଇଛି ।

Leave A Reply

Your email address will not be published.