ସେବତୀପଡାରେ ନିର୍ବାଚନକୁ ନେଇ ହିଂସାକାଣ୍ଡ : ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ପଂଚାୟତ ଅନ୍ତର୍ଗତ ସେବତୀପଡାରେ କୀର୍ତ୍ତି ଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ବାଚନକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ଟିଟିଲାଗଡ ବ୍ଲକରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ କୀର୍ତ୍ତି ଚନ୍ଦନ ଭୋଟ ଦେଇ ନିଜ ଘରକୁ ଫେରୁଥିବା ବେଳେ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ କୀର୍ତ୍ତିଙ୍କ ମୁଣ୍ଡରେ ଏବଂ ହାତରେ ଗଭୀର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ତୁରନ୍ତ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଡାକ୍ତର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.