ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଛତ୍ରପୁରସ୍ଥ ଜଉଗଡ ସମ୍ମିଳନୀ କକ୍ଷରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି ୧୬ ଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ସଭାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ସମାହିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗତ ୨୫ ନଭେମ୍ବର ମହିଳା ହିଂସା ବିଲୋପ କାରିଣୀ ଦିବସରୁ ଆରମ୍ଭ ହୋଇ ୧୦ ଡିସେମ୍ବର ମାନବ ଅଧିକାର ଦିବସରେ ପରିସମାପ୍ତି ହୋଇଯାିଛି । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା :- ଅଙ୍ଗନୱାଡି ଓ ଗ୍ରାମସ୍ତରୀୟ ସଚେତନତା ସଭା, ପଞ୍ଚାୟତ ସ୍ତରୀୟ ସଚେତନତା ପଦଯାତ୍ରା, ବ୍ଲକସ୍ତରୀୟ ସଚେତନତା ସଭା ଓ ସ୍କୂଲ କଲେଜରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିଥି ଭାବରେ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ. ସରୋଜିନୀ ଦେବୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବିଦା ପରବିନ୍, ସମାଜ ମଙ୍ଗଳ ଅଧିକାରୀ ପଦ୍ମିନୀ ସାହୁ , ଜିଲ୍ଲା ପରିଷଦ ଗଞ୍ଜାମର ଭାଇସ ପ୍ରେସିଡେନ୍ଟ ଏସ୍. ରାଜେଶ୍ଵରୀ ଦୋରା, ସ୍ୱାସ୍ଥ୍ୟ ବିଭାଗର ପ୍ରୋଗ୍ରାମ ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ୱାଇ.ଏସ୍.ଡି.ର ପ୍ରକଳ୍ପ ସଂଯୋଜକ ବିପ୍ଲବ କୁମାର ବେହେରା, କ୍ୟୁୟର୍ସ ସ୍ୱେଚ୍ଛାସେବୀ ସଂଗଠନର ସେକ୍ରେଟାରୀ ଅରୁଣ ଶତପଥୀ, ସେବାର ନିର୍ଦ୍ଦେଶକ ଅଳକା ସାହୁ, ସ୍ୱେଚ୍ଛାସେବୀ ସଂଗଠନ “ଅରୁଣା”ର ଜିଲ୍ଲା ସଂଯୋଜକ ମାର୍କଣ୍ଡ ମିଶ୍ର, ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଆଡ଼ମିନଷ୍ଟ୍ରେଟର ମହେଶ୍ଵେତା ପାଢୀ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ଜିଲ୍ଲାରୁ ତଥା ସମାଜରୁ କିପରି ସଂପୂର୍ଣ୍ଣ ରୂପେ ଦୂର କରାଯାଇ ପାରିବ ସେ ବିଷୟରେ ନିଜର ମତାମତ ରଖିଥିଲେ । ଉକ୍ତ ବୈଠକକୁ ଆକ୍ସନ ଏଡ୍ର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ ସଞ୍ଚାଳନା କରିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ସିଡିପିଓ, ଶକ୍ତିସଦନ, ସ୍ଵେଚ୍ଛାସେବୀ ସଂଗଠନ ଅରୁଣା ତଥା ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ବେଲଗୁଣ୍ଠାର ସିଡ଼ିପିଓ ନଳିନୀ ମହାରଣା ଓ ସାନଖେମୁଣ୍ଡିର ସିଡ଼ିପିଓ ଭବାନୀ ବେହେରା, ନିଜର ୧୬ ଦିନିଆ କାର୍ଯ୍ୟକ୍ରମ ପାଳନ ସମ୍ବନ୍ଧୀୟ ଅନୁଭୂତିକୁ ପ୍ରକାଶ କରିଥିଲେ । ଶେଷରେ କୁକୁଡାଖଣ୍ଡି ସିଡ଼ିପିଓ କୁସୁମ କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।