ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ସଦର ମହକୁମାଠାରେ ଜାଗ୍ରତ ହିନ୍ଦୁ ସମାଜ ଦ୍ୱାରା ହଳଦୀ ମଣ୍ଡଳସ୍ତରୀୟ ବିରାଟ “ହିନ୍ଦୁ ସମ୍ମିଳନୀ” ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୪ଟି ପଞ୍ଚାୟତ ହଳଦୀ, ପତ୍ରାପାଲି(ଖ), ବିଟାବନ୍ଧ ଓ ମାଲିଶିରାର ସମସ୍ତ ଗାଁରୁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତବୃନ୍ଦ ତଥା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ୨୫ କୁଣ୍ଡିୟ ବୈଦିକଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଜନ୍ମଜୟ ପାଣିଗ୍ରାହୀ ମୁଖ୍ୟ ଅତିଥି, ସେବା ନିବୃତ୍ତ ସୈନିକ ଅରୁଣ କୁମାର ସେଠ, ସମାଜସେବୀ ତଥା ନାରୀ ନେତ୍ରୀ ରିତାରାଣି ବାଗ ସମ୍ମାନିତ ଅତିଥି ଓ ସମାଜସେବୀ ତଥା ଦର୍ଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ହିନ୍ଦୁ ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ହେଲା ଯେ “ହିନ୍ଦୁ ସମାଜକୁ ସଂଗଠିତ କରିବା ସହିତ ସମାଜରେ ସମରସତାର ଭାବ ନିର୍ମାଣ କରିବା” । ଆନନ୍ଦ ସାମନ୍ତରାୟ ଓ ତାଙ୍କ ସହଯୋଗୀ ବାନପ୍ରସ୍ଥୀ ଜଗଦୀଶ ଦାସ, ସୁଦର୍ଶନ ମହାକୁର,ଗିରିଧାରୀ ବାଗଙ୍କ ଦ୍ୱାରା ବୈଦିକ ଯଜ୍ଞ ସମ୍ପାଦନା ହୋଇଥିଲା । ଏହା ପରେ ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଧୁରାମ ପାଣିଗ୍ରାହୀ, ରଞ୍ଜୁ କୁମାର ହାତୀ, ରୋହିତ ପୋଡ଼, ପିଙ୍କୁ ପଶାୟତ, ବିରଞ୍ଚି ହାତୀ, ଆଦିକନ୍ଦ ଖମାରି ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସଂକୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ୍ୟ ଜଗତର ବରିଷ୍ଠ କଳାକାର ମାର୍କଣ୍ଡ ମହାକୁର, ମନବୋଧ ବାଗ ଓ ଚିତ୍ରସେନ ଦାସଙ୍କୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନା ସ୍ଵପ୍ନେଶ୍ଵର ମହାକୁର, ସାରଥୀ କୁମ୍ଭାର ଏବଂ ମଞ୍ଚ ସାଜସଜ୍ଜା ଶେଷଦେବ ପୁଟେଲ କରିଥିଲେ । ଏହି ହିନ୍ଦୁ ସମ୍ମିଳନୀରେ ମଣ୍ଡଳ ପ୍ରମୁଖ ପୁରୁଷୋତ୍ତମ ବାଗ ଓ ଆଲୋକ କୁମାର ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ପୂଜକ ଥବିର ପୁଝାରୀ, ବିରାଜ କୁମାର ମହାନ୍ତି, ପ୍ରସାଦି କମ୍ପ, ସତ୍ୟାନନ୍ଦ ମହାକୁର, କ୍ଷୀରସିନ୍ଧୁ ବାଗ, ପ୍ରଭାକର ମହାକୁର, କୁଶ ଟାଣି, ଦେବଦତ୍ତ ବାଗ, ରାଜୀବ ପାଣିଗ୍ରାହୀ, ସଂଜୀବ ପାଣିଗ୍ରାହୀ, ରବି ପୋଡ଼, ପିଙ୍କୁ ବାଗ, ଶୁଭମ ପାଣିଗ୍ରାହୀ, ପରମାନନ୍ଦ ମହାକୁର, ଉଜ୍ଜଳ ବାଗ, କ୍ରିସ ହାତୀ, ଅନୁପ ମହାକୁର, ପ୍ରସାଧୁ କୁମ୍ଭାର ତଥା ଗ୍ରାମର ସମସ୍ତ ସ୍ୱେଚ୍ଛାସେବୀ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।