ପାଇକମାଲ ହାଇସ୍କୁଲରେ ହିନ୍ଦୀ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ପୂର୍ଣ୍ଣରାମ ସା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ଆଲୋଚନା କରି ଏହି ଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଜ୍ୟୋତିର୍ମୟୀ ପଟ୍ଟନାୟକ ଓ ବବିତା ବେହେରା ମଞ୍ଚାସୀନ ଥିଲେ । ଏହି ଅବସରରେ ଆୟୋଜିତ ସ୍ଲୋଗାନ, ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଶୁଭଶ୍ରୀ ଚନ୍ଦନ, ରଜନୀ ଚାନ୍ଦ, କରିସ୍ମା ସାହୁ, ସ୍ଵସ୍ତିକ ଦାସ, ଦୀପିକା ସାହୁ, କମଳିନୀ ବିଶ୍ଵାଳ ଓ ଭାସ୍କର ସାହୁଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରି ସମ୍ମାନିତ କରିଥିଲେ । ସୁଦାମ ପାଣ୍ଡେ, ନିରୁପମା ସାହୁ, ଆନନ୍ଦିନୀ ସେଠ୍, ଲଲିତ କୁମାର ବିଶ୍ଵାଳ, ମଧୁସ୍ମିତା ମେହେର ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ତ୍ରିଲୋଚନ ନାୟକ ପରିଚାଳନା ଓ ରଜତ କୁମାର୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.