ହାଇକୋର୍ଟର ନିର୍ଦ୍ଦେଶକୁ ଗୁଡଭେଲା ବ୍ଲକ ପ୍ରଶାସନର ବେଖାତିର ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉନ୍ନତିକରଣ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ ୨ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଗୁଡିକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଆଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଆହୁରି କହିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀଙ୍କ ଚାପରେ ଆଜି ପର୍ଯ୍ୟନ୍ତ ଏହି ଟଙ୍କା ପଡି ରହିଛି ଆଉ ଗ୍ରାମଞ୍ଚଳର ଉନ୍ନତିକରଣ ବାଧାପ୍ରାପ୍ତ ହୋଇପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ପଞ୍ଚମ ଅର୍ଥ କମିଶନରୁ ପ୍ରାୟ ୯୬ ଲକ୍ଷ ଟଙ୍କା ଆସି ପଡି ରହିଥିବାରୁ କେସ୍‌ ରେକର୍ଡ ତୁରନ୍ତ ଖେଲା ଯିବା ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ ନଳିନୀ ସେଠ, ସମିତି ସଭ୍ୟ ଶିଶୁ କୁମାର ପ୍ରଧାନ, ଚିତ୍ରସେନ ଭୋଇ, ଟିକୁରାମ ପାଣିଗ୍ରାହୀ, ସମିତି ସଭ୍ୟା ଗୀତାଞ୍ଜଳି ଭୋଇ, ତପସୀନୀ ମଲ୍ଲିକ, ସନ୍ତୋଷିନୀ ଭୋଇ ତୁଷୁରା ତହସିଳଦାରଙ୍କ ଜରିଆରେ ଏକ ଦାବୀପତ୍ର ବଲାଙ୍ଗିର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । କିଛି ସୁଫଳ ନ ମିଳିବାରୁ ଶେଷରେ ୮ଜଣ ସମିତି ସଭ୍ୟସଭ୍ୟା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତା ୧୭/୧୧/୨୦୨୧ ଦିନ ପତ୍ର ସଂଖ୍ୟା ଡବ୍ଳୁ ପି (ସି) ନମ୍ବର ୩୫୦୪୧ରେ ଗୁଡଭେଲା ବ୍ଲକ ପ୍ରଶାସନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଦୁଇ ସପ୍ତାହ ମଧ୍ୟରେ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିବା ପାଇଁ କିନ୍ତୁ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ।

Leave A Reply

Your email address will not be published.