shyamal

ସଙ୍ଗମ ହେରାପଞ୍ଚମୀ ଅବସରରେ ଶ୍ରୀଜିଉଙ୍କ ପାଖରେ ଷାଠିଏ ପଉଟି ନୈବେଦ୍ୟ ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋରକଣୀ ମହାବୀର ମନ୍ଦିର ନିକଟସ୍ଥ ଜଗନ୍ନାଥ ମନ୍ଦିର ୨୦୧୩ ମସିହାରେ ନିର୍ମାଣ କରାଯାଇ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ୨୦୧୬ ମସିହାରୁ ମହାବୀର ଜଜ୍ଞ କମିଟି ଏବଂ ମୁଷ୍ଟିମେୟ ଭକ୍ତ ମାନଙ୍କୁ ନେଇ ରଥଯାତ୍ରା କାର୍ଯ୍ୟକ୍ରମ (ଶ୍ରୀକ୍ଷେତ୍ର ରଥଯାତ୍ରା ନିତୀ କାନ୍ତିକୁ ଅନୁସରଣ କରି)ଆରମ୍ଭ କରାଯାଇଥିଲା । ଆଜ ସୁଧା ପ୍ରତି ବର୍ଷ ଭଳି ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ, ସ୍ନାନପୂର୍ଣ୍ଣିମା, ନେତ୍ର ଉତ୍ସବ, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ନବମୀ ସଂନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ ରିତୀନିତୀ ମହାଆଡମ୍ବରରେ ପାଳନ କରାଯାଇଥାଏ । ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ବିଶ୍ଵଜିତ ମିଶ୍ର ଏବଂ ଅନ୍ୟାନ୍ୟ ସେବକମାନଙ୍କ ସହାୟତାରେ ଶ୍ରୀଜିଉ ମାନଙ୍କୁ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଇ, ଅନବସର ନିତୀକାନ୍ତି ପୂର୍ବକ ଦଶମୂଳ ମୋଦକ ଅର୍ପଣ କରାଯାଇ ରଥଯାତ୍ରା ଦିନ ଶ୍ରୀବିଗ୍ରହମାନଙ୍କୁ ଧାଡିପହଣ୍ଡି କରାଇ ଛତ୍ର, ଛତି, ଆଲଟ, ଚାମର, ଘଣ୍ଟ, ଘଣ୍ଟା, କାହାଳୀ, ମର୍ଦଳ, ନାମ ସଂକୀର୍ତନ ଏବଂ ହରିବୋଲ, ହୁଳହୁଳୀ ସହିତ ହଜାର ହଜାର ଭକ୍ତମାନଙ୍କ ଗ୍ରହଣରେ ଛେରାପହରା କାର୍ଯ୍ୟକ୍ରମ ଶେଷ ହେବାପରେ ଚାରମାଳ ଖୋଲାଯାଇ ରଥ ଟଣା ଆରମ୍ଭ ହୁଏ । ଡେଲାଙ୍ଗ ଚାରିପିଡ଼ା ସ୍ଥିତ ଜଗତେଶ୍ଵର ମନ୍ଦିର ପ୍ରାଙ୍ଗଣ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଏ । ଆଜି ହେରାପଞ୍ଚମୀ ଅବସରେ ଠାକୁର ମାନଙ୍କ ପାଖରେ ସାଠିଏ ପଉଟି ନୈବେଦ୍ୟ ଅର୍ପଣ କରାଯାଇଥିଲା । ଅଧରାତ୍ରରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ସୁସଜ୍ଜିତ ବିମାନରେ ଅଣାଯାଇ ରଥକାଠ ଭାଙ୍ଗି ବାର ନିତୀକାନ୍ତି କରାଯିବ । ଏଥି ସହ ପ୍ରତିଦିନ ସଂନ୍ଧ୍ୟାରେ ଭଜନ, କୀର୍ତନ, ପ୍ରବଚନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଉପରୋକ୍ତ ପ୍ରତ୍ୟେକ ନିତୀକାନ୍ତି ପୂର୍ବକ ଜୁଲାଇ ୧୯ ତାରିଖରେ ଶ୍ରୀଜୀଉ ମାନଙ୍କର ନିଳାଦ୍ରୀବିଜେ କରାଯିବ ବୋଲି ଯୁବ ସମାଜସେବୀ ଅକ୍ଷୟ କୁମାର ପରିଡା ସୂଚନା ପ୍ରଦାନ କରିଛନ୍ତି । ୨୦୧୬ ମସିହାଠାରୁ ଅଦ୍ୟାବଧି ଶ୍ରୀ ପରିଡା ରଥ ଉପରେ ଛେରା ପହରା କାର୍ଯ୍ୟ କରିବା ସହିତ ରଥଯାତ୍ରାକୁ ସୁନ୍ଦର ଭାବରେ ପରିଚାଳନା କରିଆସୁଛନ୍ତି । ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ (ଅବସର ପ୍ରାପ୍ତ ଶିକ୍ଷକ) ରମେଶ ଚନ୍ଦ୍ର ସ୍ୱାଇଁ ସେହିଦିନ ଠାରୁ ବାଣୀ ସେବକ ଭାବେ ରଥଯାତ୍ରା ଏବଂ ବାହୁଡାରେ ଯାତ୍ରାର ଧାରା ବିବରଣୀ
ପ୍ରଦାନ କରିଆସୁଛନ୍ତି । ଏଥି ସହିତ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ ତଥା ଧାର୍ମିକ ଭାବନା ଏବଂ ଓଡିଆ ଅସ୍ମିତାକୁ ବଜାଇ ରଖିବାକୁ ମହାପ୍ରଭୁଙ୍କ ନିକଟରେ ବ୍ୟାସ ପର୍ଶୁରାମ ଦାସ ମହାରାଜ ଏବଂ ପ୍ରବଚକ ପଣ୍ଡିତ ନାରାୟଣ ଦାସ ମହାରାଜ ପ୍ରାର୍ଥନା ଜଣାଇଛନ୍ତି ।

purusottam
Leave A Reply

Your email address will not be published.