ppurohit

ମାରୱାଡି ସମ୍ମେଳନ ତରଫରୁ ପୋଲିସ ଯୋଦ୍ଧାଙ୍କୁ ହେଲଥ୍‌ ଡ୍ରିଙ୍କ ବଣ୍ଟନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ସମ୍ମେଳନ ବଲାଙ୍ଗିର ଶାଖା ଦ୍ୱାରା ଆଜି ସ୍ଥାନୀୟ ଟାଉନ ଥାନା ପରିସରରେ ଲକ୍‌ ଡାଉନ ସମୟରେ ଦିନରାତି କର୍ତ୍ତବ୍ୟ ପାଳନ କରୁଥିବା ପୋଲିସ ଯୋଦ୍ଧାଙ୍କ ପାଇଁ ହେଲ୍‌ଥ୍‌ ଡ୍ରିଙ୍କ, ମିନେରାଲ ୱାଟର ଏବଂ ସାନିଟାଇଜର ପ୍ରଦାନ କରାଗଲା । ଅତିରିକ୍ତ ଏସ୍‌ପି ମନୋରଞ୍ଜନ ପ୍ରଧାନ, ଡିଏସ୍‌ପି ଶେଷଦେବ ବରିହା, ଥାନା ଇନ୍‌ଚାର୍ଜ କେ.ପ୍ରିୟଙ୍କା ରାଉତରାୟଙ୍କ ଉପସ୍ଥିତିରେ ମାରୱାଡି ସମ୍ମେଳନ ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ, ସଂପାଦକ ମୋହନ ଲାଲ ଅଗ୍ରୱାଲ, ଉପାଧ୍ୟକ୍ଷ ବଳରାମ ଅଗ୍ରୱାଲ, ପ୍ରାନ୍ତୀୟ ରାଜନୈତିକ ସମନ୍ୱୟ ଚେୟାରମେନ୍‌ ବିଷ୍ଣୁ ପ୍ରସାଦ କେଡିଆ ତଥା ଯୁବମଞ୍ଚ ସଂପାଦକ ଭିଲେସ ଜୈନ ଏହି ସାମଗ୍ରୀ ପ୍ରଦାନ କରିଥିଲେ । ଅତିରିକ୍ତ ଏସ୍‌ପି ଶ୍ରୀଯୁକ୍ତ ପ୍ରଧାନ ମାରୱାଡି ସମ୍ମେଳନର ଏହି ମହତ୍‌ କାର୍ୟ୍ୟ ପାଇଁ ପ୍ରଶଂସା କରିବା ସହିତ ସମାଜ ସେବା କ୍ଷେତ୍ରରେ ମାରୱାଡି ସମାଜର ଭୂମିକାକୁ ସ୍ୱାଗତ କରିଥିଲେ । ଟାଉନ ଥାନା ଇନ୍‌·ର୍ଜ କେ.ପ୍ରିୟଙ୍କା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.