ଡେଲାଙ୍ଗରେ ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ଡେଲାଙ୍ଗ ବ୍ଲକ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ ସମାବେଶରେ ୧୦ ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିଲା । ଆୟୋଜିତ ସଭା କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ମଞ୍ଚ ସଂଯୋଜନା କରିଥିଲେ ଓ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବ୍ଲକ ଉପାଧ୍ୟକ୍ଷ ସ୍ବପ୍ନା ବଳବନ୍ତରାୟ, ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ସମାବେଶରେ ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ଷଡଙ୍ଗୀ ବିଜୁ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଡେଲାଙ୍ଗ ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ୨୯୯୪୬ ପରିବାରକୁ ଆସନ୍ତା ଅକ୍ଟୋବର-୧୨ସୁଧା ବଣ୍ଟନ ବ୍ୟବସ୍ଥାର ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଛି ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଳା ପରିଷଦ ସଦସ୍ୟ ମଳୟ ମହାନ୍ତି, ପୁଷ୍ପାଞ୍ଜଳି ସାମଲ ପ୍ରମୁଖ ସମେତ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତି ମହାସଂଘର ସଭ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ମିଶନ ଶକ୍ତି ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.