ଦୁଇ ବର୍ଷ ପରେ ଫିଟିଲା ହତ୍ୟାକାଣ୍ଡର ରହସ୍ୟ : ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼, ମୃତକଙ୍କ ପତ୍ନୀ ଓ ଶଳା ଗିରଫ

ଝାରସୁଗୁଡ଼ା : ଦୁଇ ବର୍ଷ ପରେ ଫିଟିଛି ଡମ୍ବରୁଧର ହତ୍ୟାକାଣ୍ଡର ରହସ୍ୟ । ଘର ଖୋଳିବାରୁ ବାହାରିଲା ଖପୁରୀ ଓ ହାଡ଼ । ମୃତକଙ୍କ ପତ୍ନୀ ଓ ଶଳାଙ୍କୁ ଗିରଫ କଲା ପୋଲିସ । ସୂଚନାନୁଯାୟୀ, ୨୦୨୦ ମସିହା ଜୁନ ୧୬ ତାରିଖରେ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ପାଇଖାନା ସେଫ୍ଟି ଟାଙ୍କିରୁ ଉଦ୍ଧାର କରିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୋଲିସ । ଯୁବକ ଜଣକ ସୁନ୍ଦରଗଡ଼ ଲହୁଣୀପଡ଼ାର ଆମତାପାଲିର ଡମ୍ବରୁଧର ପାତ୍ର ବୋଲି ପୋଲିସ ସୂଚନା ଦେଇଛି । ଡମ୍ବରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଦର ନାୟକ ହତ୍ୟା କରିଥିବା ଜଣାପଡିଛି । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦ୍ଵୟ ଡମ୍ବରୁଧରଙ୍କୁ ହତ୍ୟା କରି ବନ୍ଧବାହାଲ ସ୍ଥିତ ତାଙ୍କ ଘର ପାଇଖାନାର ସେଫ୍ଟି ଟାଙ୍କିରେ ପୋତିଦେଇଥିଲେ । ଦୁଇବର୍ଷ ପରେ ପୋଲିସ ସେଫଟି ଟାଙ୍କି ଖୋଳି ଡମ୍ବରୁଧରଙ୍କ କଙ୍କାଳ ଉଦ୍ଧାର କରିବା ସହ ସ୍ତ୍ରୀ ଓ ଶଳାଙ୍କୁ ଗିରଫ କରିଛି ପୁଲିସ ।

Leave A Reply

Your email address will not be published.

error: Content is protected !!