oom

୧୪ ବର୍ଷର ଆଦିବାସୀ ଯୁବକଙ୍କ ହତ୍ୟାକାଣ୍ଡ ପୋଲିସ ଫାଇଲରେ ଚାପି ହୋଇ ରହିଯାଇଛି : ପରିବାର ଲୋକେ ଅସହାୟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ବିରିପାଲି ଗ୍ରାମର ହାଇସ୍କୁଲରେ ପାଠପଢୁ ଥିବା ୧୪ ବର୍ଷର ବାଳକ ବଳରାମ ଅମରିଙ୍କ ହତ୍ୟାକାଣ୍ଡ ପୋଲିସ ଫାଇଲ ତଳେ ଚାପି ହୋଇ ରହିଛି, ପରିବାର ଲୋକେ ଅସହାୟ ହୋଇ ନ୍ୟାୟ ଭିକ୍ଷାର ଅପେକ୍ଷାରେ ରହି ଯାଇଛନ୍ତି । ଘଟଣାର ଅନୁସନ୍ଧାନରୁ ଜଣାଯାଇଛି ଯେ, ବିରିପାଲି ଗ୍ରାମର ତ୍ରିଲୋଚନ ଅମରିଙ୍କ ୧୪ ବର୍ଷର ବାଳକଙ୍କୁ ଗାଁର ଗୋଟିଏ ପରିବାରର ଲୋକେ ନିର୍ମମ ହତ୍ୟା କରିବା ପରେ ମୁହଁରେ ଏସିଡ ଦେଇ ଏକ ଗଛରେ ଟାଙ୍ଗି ଦେଇ ଥିଲେ । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଚାଲିଛି । ଗତ ତା ୧୦/୫ ରିଖ ଦିନ ରାତ୍ର ୨ ଘଣ୍ଟା ସମୟରେ ସତ୍ୟାନନ୍ଦ କମାତି ଓ ତାଙ୍କ ସ୍ତ୍ରୀ ହଠାତ ତ୍ରିଲୋଚନ ଅମରି ଘରକୁ ଯାଇ ତାଙ୍କ ପରିବାରକୁ ଘରୁ ଉଠାଇ ତୁମ ପୁଅ ବଲରାମ ଆମ ଘରକୁ ପଶିଥିଲା ଓ ଆମେ ଉଠିବାରୁ କୁଆଡେ ଦୌଡି ଚାଲିଯାଇଛି ବୋଲି କହି ଚାଲି ଯାଇଥିଲେ । ସେହିଦିନ ଠାରୁ ତ୍ରିଲୋଚନ ଅମରି ପରିବାର ଲୋକେ ଓ ଗ୍ରାମବାସୀ ମାନେ ଚାରିଆଡେ ବଲରାମକୁ ଖୋଜା ଖୋଜି କଲେ ଏବଂ ୧୪ ତାରିଖ ଦିନ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ବଳରାମର ମୃତ ଦେହ ସନ୍ଧାନ କରାଯାଇଥିଲା । ବଲରାମର ଦେହରେ ଏସିଡ ମାଡ କରାଯାଇଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଅନୁସାରେ ବୁଡେନ ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳ ଦେଖି ତତ୍କାଳୀନ ଥାନା ଅଧିକାରୀ ବିରବର ଭଗତ ବିନା ତଦନ୍ତରେ ଏହା ଏକ ଆତ୍ମହତ୍ୟା ବୋଲି କହି ଆରମ୍ଭରୁ ତଦନ୍ତକୁ ଦିଶାହୀନ କରିବାର ଯୋଜନା କଲେ । ପରେ ବଳରାମର ବାପା ତ୍ରିଲୋଚନ ଅମରି ଓ ଗ୍ରାମବାସୀ ବୁଡେନ ଥାନାକୁ ଯାଇ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ରିପୋର୍ଟ ପ୍ରଦାନ କଲେ । ତ୍ରିଲୋଚନଙ୍କ ରିପୋର୍ଟ ଆଧାରରେ ବୁଡେନ ଥାନା ଏଫ୍‌ଆଇଆର୍‌ ନମ୍ବର ୦୦୫୬ ଅନୁଯାୟୀ ଦଫା ୩୦୨, ୩୪ ଆଇପିସି ଧାରାରେ ଗ୍ରାମର ସର୍ବ ଶ୍ରୀ ଅମୃତ ଲାଲ କମାତି, ମହୋହର କମାତି, ସତ୍ୟାନନ୍ଦ କମାତି ମୋକଦମା ରୁଜୁ ହେଲା । ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ଥାନାକୁ ଡାକି ସାଙ୍ଗେ ସାଙ୍ଗେ ଥାନାରୁ ଛାଡି ଦେଇ ଥିଲେ । ସତ୍ୟାନନ୍ଦ କମାତି ଗ୍ରାମର ଗ୍ରାମରକ୍ଷୀ ତପନ ନାଗକୁ ଏହି କେସ୍‌କୁ ରଫାଦଫା କରିଦେବା ପାଇଁ ଟଙ୍କା ଯାଚିଥିବାର ଏକ ଭିଡିଓ ବାର୍ତ୍ତାଲାପ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ତତ୍କାଳୀନ ଥାନା ଅଧିକାରୀ ଶ୍ରୀ ଭଗତ ଏହି କେସ୍‌କୁ ଚପାଇ ଦେବା ପାଇଁ ଯୋଜନା କରିଥିବା ପରିବାରର ଲୋକେ ଅଭିଯୋଗ କରିବା ସହ ପୋଲିସ ଇଙ୍ଗିତରେ ଏ ହତ୍ୟାକାଣ୍ଡ ପରେ ଏକ ମାସ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗାଁ ଛାଡି ଚାଲି ଯାଇଥିବା ଗ୍ରାମବାସୀଙ୍କ ଭିତରେ ଚର୍ଚ୍ଚା ହେଉଛି । ଏହି ଘଟଣାର ଉନ୍ନୋଚନା କରିବା ପାଇଁ ବରଗଡ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ମୃତ ବାଳକ ବଲରାମର ବାପା ତ୍ରିଲୋଚନ ଅମରି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.