oom

ଆତଙ୍କବାଦୀ ଦ୍ଵାରା ପହେଲଗାଁଓରେ ୨୭ ହିନ୍ଦୁଙ୍କ ନିର୍ମମ ହତ୍ୟା ବିରୁଦ୍ଧରେ କ୍ୟାଣ୍ଡିଲ ଶୋଭାଯାତ୍ରା : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବ୍ରାହ୍ମଣ ସମାଜ

jsmm

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ଗତକାଲି ପହେଲଗାଁଓ ଠାରେ ୨୭ ଜଣ ହିନ୍ଦୁଙ୍କୁ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ କ୍ୟାଣ୍ଡିଲ ଶୋଭାଯାତ୍ରା କରାଯାଇଛି । ଏଭଲିବର୍ବର ଆତଙ୍କବାଦୀ କାର୍ଯ୍ୟକୁ ଦୃଢ଼ ହସ୍ତରେ ଭାରତ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ରାହ୍ମଣ ସମାଜ ଦାବି କରିବା ହିନ୍ଦୁସ୍ଥାନରେ ହିନ୍ଦୁ ମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛି । ବ୍ରାହ୍ମଣ ସମାଜ କଳାହାଣ୍ଡିର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀ, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ଦୀପ ଜ୍ୟୋତି ମୁଣ୍ଡି, ଅବିନାଶ ଠାକୁର, ସେବାନନ୍ଦ ପାଢୀ, ସନ୍ତୋଷ ଦାଶ, ଶଶାଙ୍କ ପାଢୀ ସମେତ ବହୁ ସଦସ୍ୟ, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟିର ସଭାପତି ସୁରେନ୍ଦ୍ର ନେଗୀ ସମେତ ବ୍ରାହ୍ମଣ ସମାଜର ସଦସ୍ୟ ମାନେ ଷ୍ଟାଚୁ ଛକରୁ କ୍ୟାଣ୍ଡିଲ ଶୋଭାଯାତ୍ରାରେ ବାହାରି ମାଣିକେଶ୍ଵରୀ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିଲେ ।

jittmm
Leave A Reply

Your email address will not be published.