ଚମାଖଣ୍ଡି ଥାନା କୋଟବଗଡ ଗ୍ରାମରେ ୧୦ ମାସର ଶିଶୁ ପୁତ୍ର ଓ ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା ଅଭିଯୋଗ : ପୋଲିସର ତଦନ୍ତ ଜାରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅଧିନସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ତଳ ପୁଟବଗଡ଼ ଗ୍ରାମରେ ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡ ଅର୍ଥାତ ଏକ୍ସ-ରା ବ୍ଲେଡ଼ରେ କାଟି ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ତଳ ପୁଟବଗଡ଼ ଗ୍ରାମର ସୁଜନ ପ୍ରଧାନ ନିଜ ସ୍ତ୍ରୀ ରୁନି ପ୍ରଧାନ(୨୮) ଓ ୧୦ ମାସର ପୁଅ ରୁମେଶ ପ୍ରଧାନକୁ ଆରୀ ବ୍ଲେଡ ଅବା ଏକ୍ସ-ରା ବ୍ଲେଡ଼ରେ କାଟି ହତ୍ୟା କରିବା ପରେ ନିଜେ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ଉପର ବଡ଼ପୁଟ ଗ୍ରାମ ଇନ୍ଦିରା ଆବାସ କୋଲନୀର ଚରଣ ପ୍ରଧାନଙ୍କ ଝିଅ ସହିତ ସାନ ବଡ଼ପୁଟ ଗ୍ରାମର ଶୋଭା ପ୍ରଧାନଙ୍କ ସାନ ପୁଅ ସହିତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ ହୋଇଥିଲା । ସେମାନଙ୍କ ମଧ୍ୟରେ ଗତ କିଛି ଦିନ ହେଲା ପାରିବାରିକ କଳହ ଲାଗି ରହିଥିଲା । ବୁଧୁବାର ସକାଳୁ ଶୋଭା ପ୍ରଧାନ ସରକାରୀ ସୁଲଭ ମୂଲ୍ୟ ଦୋକାନ ଡ଼ିଲରଙ୍କ ନିକଟରେ ଚାଉଳ ମିଳିବା ପାଇଁ ଡାକିବାକୁ ଗଲା ବେଳେ ତିନି ଜଣଙ୍କ ମୃତ ଦେହ ପଡ଼ିଥିବା ଦେଖି ଚମାଖଣ୍ଡି ଥାନାକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଶାନ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଚମାଖଣ୍ଡି ଏସ୍‌ଆଇ ନବୀନ ଚୌଧୁରୀ,(ଏଏସ୍‌ଆଇ) ଡ଼ି. ଭେଙ୍କଟ ଦୋରାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିତଦନ୍ତ ଜାରୀ ରଖିଛନ୍ତି । ଏନେଇ ଚମାଖଣ୍ଡି ଥାନାରେ ୧୭୦ / ୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଛନ୍ତି । ଗଞ୍ଜାମ ପୋଲିସ ସବିଶେଷ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.