ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲାଜଜ୍ ଗତ କାଲି ୨୦/୦୧/୨୦୨୪ ଶନିବାର ଦିନ ଅବନି ସ୍ୱାଇଁ ହତ୍ୟା ମାମଲାର ଫଇସଲା ଶୁଣାଇଛନ୍ତି । ଅଭିଯୁକ୍ତ ସରିତ କୁମାର ସାହୁ (୪୨), ପିଙ୍କୁ କୁମାର ନାଏକ (୩୭), ସୂର୍ଯ୍ୟ ନାଏକ (୩୨), ସୁରେଶ ପାଣ୍ଡେ (୩୩) ଓ ସ୍ୱର୍ଗତ ଅବନି ସ୍ୱାଇଁଙ୍କ ଧର୍ମପତ୍ନୀ ରାଧା ସ୍ୱାଇଁ (୩୫)ଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୨୦ (ଖ), ୩୦୨, ୨୦୧/୩୪ରେ ମକଦ୍ଦମା ରୁଜୁ ହୋଇଥିଲା । ଆଜି ଦୀର୍ଘ ୧୩ ବର୍ଷର ବିଚାର ପରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ପ୍ରମାଣ ଅଭାବରୁ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମୁଦାଲାମାନଙ୍କ ପକ୍ଷରୁ ଯୁବ ଆଇନଜୀବୀ ପ୍ରକାଶ ମିଶ୍ର ମକଦ୍ଦମା ପରିଚାଳନା କରୁଥିଲେ ।