ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼ : ସାମାନ୍ୟ ବଚସାରୁ ରାଗିଯାଇ ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା କରିଦେଲା ନିଷ୍ଠୁର ସ୍ୱାମୀ । ସୁନ୍ଦରଗଡ଼ ଟାଉନ ଥାନା ଭବାନୀପୁର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ମଙ୍ଗଲୁ ଓରାମକୁ ଗିରଫ କରିଛି ପୋଲିସ ।ଖବର ଅନୁଯାୟୀ, ମଙ୍ଗଲୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ବିବାଦ ନେଇ ଯୁକ୍ତିତର୍କ ଚାଲିଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଥିଲା । ଯେଉଁଥିରେ ସ୍ୱାମୀ ମଙ୍ଗଲୁ ରାଗି ଯାଇ ଏକ ଇଟାରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀର ଚାଲିଯାଇଛି ଜୀବନ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ତୁରନ୍ତ ଖବର ଦେଇଥିଲେ ଗାଁ ଲୋକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଥିଲା । ଶେଷରେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.