ନାବାଳିକା ଉପରେ ଲୋଲୁପ ଦୃଷ୍ଟି, ବଳାତ୍କାର ଉଦ୍ୟମ, ହତ୍ୟା ଧମକରେ ଯୁବକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ହାଉସିଂ ବୋର୍ଡ ଅଞ୍ଚଳର ଜଣେ ପୀଡିତା ଝିଅର ମାଆ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଦେଇଥିବା ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଜି.ନରେଶ ଦୋରା (୨୯) ତାଙ୍କରି ଘରେ କାମ କରୁଥିବା ଅଭିଯୋଗକାରିରୀଙ୍କ ନାବାଳିକା ଝିଅଙ୍କୁ ନଗଦ ୫ଶହ ଟଙ୍କା ଦେଇ ଚୁମ୍ବନ କରିବାକୁ କହି ଅସଦାଚରଣ ଉଦ୍ୟମ କରିଥିଲା । ଯେତେବେଳେ ତାଙ୍କ ଝିଅ ତାଙ୍କୁ ଚୁମ୍ବନ ଦେବାକୁ ମନା କରିଦେଲେ ଅଭିଯୁକ୍ତ ଝିଅର ଡ୍ରେସ୍‌ ଟାଣି ଦେଲେ ଏବଂ ତାଙ୍କ ଝିଅର ପିନ୍ଧିଥିବା ପୋଷାକ ଚିରି ଦେଲେ । ନିଜକୁ ରକ୍ଷା କରିବା ପାଇଁ ସେ ଘର ବାହାରକୁ ଚାଲି ଆସି ଘଟଣାସ୍ଥଳରୁ ପଳାଇଗଲେ । ଘଟଣାକୁ ସଂପର୍କରେ ପୋଲିସକୁ ଅଭିଯୋଗ କଲେ ଅଭିଯୁକ୍ତ ଜି.ନରେଶ ଦୋରା ନାବାଳିକାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସବିଶେଷ ତଦନ୍ତ ହେବା ପରେ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଗୋଷାଣୀ ନୂଆଗାଁ ଥାନାରେ ପିଏସ୍ କେସ୍ ନଂ-୨୯୭ ତାରିଖ ୨୦.୦୮.୨୦୨୫, ୟୁ/ଏସ୍-୧୨୬(୨)/୧୧୫(୨)/୭୫/୭୬/୩୫୧(୨) ବିଏନ୍ଏସ୍. ଆର.ଡବ୍ଲୁ. ଧାରା-୧୨ ପୋକ୍ସୋ ଆଇନରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.