ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଧାୟକଙ୍କୁ ହତ୍ୟା ଧମକ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ମଧ୍ୟରେ ହତ୍ୟା କରିବା ନେଇ ପୋଷ୍ଟର ଲଗାଇ ଧମକ ଦିଆଯାଇଛି । ହତ୍ୟା ଧମକ ଦେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡ଼ି ନଥିବା ବେଳେ ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟରରେ ଲେଖାଯାଇଛି ଯେ, ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’ । କଣ୍ଟାବାଞ୍ଜି ପୁଲିସ ପୋଷ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ କିଏ ତାହା ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.