ନୃସିଂହନାଥ ଝରଣା ନିକଟରେ ଜଣେ ଯୁବତୀଙ୍କୁ ହତ୍ୟା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଜର୍ଜଗଡ ଗ୍ରାମରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗ୍ରାମର ଦୁଇ ଜଣ ଭଉଣୀ ନିକଟସ୍ଥ ଝରଣାକୁ ଗାଧୋଇବାକୁ ଯାଇଥିଲେ । ବଡ଼ ଭଉଣୀ ଶୌଚ ପାଇଁ ଦୂରକୁ ଯାଇଥିବା ବେଳେ କେହି ଅଜଣା ଯୁବକ ଛୁରୀରେ ଆକ୍ରମଣ କରିଥିଲା । ଏହି ସମୟରେ ବଡ଼ ଭଉଣୀ ଚିତ୍କାର କରିଥିଲା ଏବଂ ବଡ଼ ଭଉଣୀର ଚିତ୍କାର ଶୁଣି ସାନ ଭଉଣୀ ତା’ ପାଖକୁ ଯାଇ ଛଡ଼ାଇବାକୁ ଚେଷ୍ଟା କରିଥିଲା ହେଲେ ସାନ ଭଉଣୀର ହାତରେ ଛୁରା ମାଡ଼ ହୋଇଥିଲା । ତା’ପରେ ସାନ ଭଉଣୀ ରକ୍ତାକ୍ତ ଅବସ୍ଥାରେ ଘରକୁ ଚାଲି ଆସି ନିଜ ଘର ଲୋକକୁ ଜଣାଇଥିଲା । ତାଙ୍କର ସମ୍ପର୍କୀୟ ଲୋକ ମାନେ ଘଟଣାସ୍ଥଳକୁ ଯାଇ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଫରେନ୍ସିକ୍ ଟିମକୁ ଡାକି ପରୀକ୍ଷା ନିରୀକ୍ଷା କରିବା ପରେ ଶବଟିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଦ୍ମପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲେ । ଏ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.