ପଥରରେ ଛେଚି ମହିଳାଙ୍କୁ ହତ୍ୟା ଅଭିଯୋଗ

ଖଲ୍ଲିକୋଟ : ରାସ୍ତାକଡ଼ରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି । ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ବଡ଼ ଘାଟିରୁ ଖଲ୍ଲିକୋଟକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଜଣେ ଅଜଣା ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ଏ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଥାନା ଏସଆଇ ଦେବାଶିଷ ମିଶ୍ର, ହିମାନଶୁଂ ଶେଖର ପାତ୍ର ଓ ଭେଜିପୁଟ ଫାଣ୍ତି ଅଧିକାରୀ ପି ସ୍ୱରୂପ କିଶାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ କେହି ଦୁର୍ବୃତ୍ତ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave A Reply

Your email address will not be published.