ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା

ମାଲକାନାଗିରି : ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ଆଡମା କାବାସୀ ନାମକ ଜଣେ ବ୍ୟ‌କ୍ତିଙ୍କ ସ୍ତ୍ରୀ ସହ କବାସୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସମ୍ପର୍କ ରଖି ଆସୁଥିଲା । ତେବେ ଏହାକୁ ନେଇ ସନ୍ଦେହ କରୁଥିଲା ସ୍ୱାମୀ ଆଡମା । ଏମିତି କିଛି ଦିନ ଯିବା ପରେ ଗତକାଲି ଆଡମା ନିଜର ସମ୍ପର୍କୀୟ ଭାଇ ମୂକା କାବାସୀ ସହ ମିଶି ଇର୍ମାକୁ ନିଜ ଘର ପାଖକୁ ଡାକି ପାଟି ତୁ‌ଣ୍ଡ କରିବା ସହ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିଲା । ତେବେ ଏହି ଘଟଣା ବିଷୟରେ ଖବର ପାଇବା ପରେ ମୃତ ଇର୍ମାର ବାପା କବାସୀ ବିଚେମ ପଡିଆ ଥାନରେ ଏତଲା ଦେଇଥିବାରୁ ପୋଲିସ କେସ୍ ନଂ. ୦୬/୨୧ରେ ଏକ ମୃତ୍ୟୁ ମାମାଲା ରୁଜୁ କରାଯାଇ ଘଟଣାର ତଦନ୍ତ କରୁଥିବା ସହ ହତ୍ୟାକାଣ୍ଡ ଘଟଣାରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ଜଣାପଡିଛି ।

Leave A Reply

Your email address will not be published.