ସ୍ତ୍ରୀକୁ ପଥରରେ ଛେଚି ଅମାନବୀୟ ଭାବେ ହତ୍ୟା କଲା ସ୍ଵାମୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ସୁକାନ୍ତି ନାୟକ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବସଚା ହୋଇଥିଲା । ଏଥିରେ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ସୁକାନ୍ତି ନାୟକଙ୍କୁ ପଥରରେ ଛେଚି ହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ଵାମୀଙ୍କୁ ପୋଲିସ ଅଟକ ରଖିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.