ଜହ୍ଲାଦ ହେଲା ସାନଭାଇ : ବଡ଼ଭାଇକୁ ଶାବଳରେ ପିଟି ପିଟି ହତ୍ୟା

ପାଟଣା : ଜହ୍ଲାଦ ପାଲଟିଲା ସାନଭାଇ ବଡ଼ଭାଇକୁ ଶାବଳରେ ପିଟି ପିଟି ହତ୍ୟା କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ରାଇକୁଦର ଗାଁରେ । ମୃତକ ଜଣକ ଚତୁର୍ଭୁଜ ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଘରୋଇ କଳିକୁ ନେଇ ଚତୁର୍ଭୁଜ ଓ କମଳଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ କମଳ ବଡ଼ଭାଇ ଚତୁର୍ଭୁଜଙ୍କ ମୁଣ୍ଡକୁ ଏକ ଶାବଳରେ ପ୍ରହାର କରିଥିଲା । ଏଥିରେ ଚତୁର୍ଭୁଜ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଚତୁର୍ଭୁଜଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚତୁର୍ଭୁଜଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଏବଂ କମଳଙ୍କୁ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.