ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ

ଧର୍ମଶାଳା : ଯାଜପୁର ଜିଲ୍ଲାର ଜେନାପୁର ଥାନା ବାଲିସାହିରେ ଜଣେ ଯୁବକଙ୍କୁ ଗତ ବିଳମ୍ବିତ ରାତି ୧୧ଟାରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବାଲିସାହି ଗ୍ରାମର ରଥ ମଲିକଙ୍କ ପୁଅ ଅକ୍ଷୟ କୁମାର ମଲିକ(୩୯)ଙ୍କ ଉପରେ ଗାଡି ଚଢାଇ ପ୍ରତିପକ୍ଷ ଗୋଷ୍ଠୀ ମାରିଦେଇଥିବା ଅଭିଯୋଗ ହୋଇଛି । ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜେନାପୁର ପୁଲିସ୍ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.