କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରୁ ଜଣେ ୨୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପୂର୍ଣ୍ଣମୀ ମାଝୀ ବୋଲି ଜଣାପଡ଼ିଛି । ପୂର୍ଣ୍ଣମୀ ୧୬ ଏପ୍ରିଲ ୨୦୨୫ରେ ଖୁଟୁଲୁମୁଣ୍ଡା ଗ୍ରାମର ଚୈତନ୍ୟ ପୁଟାଙ୍କୁ ବିବାହ କରିଥିଲେ । ପୂର୍ଣ୍ଣମୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ଣ୍ଣମୀଙ୍କ ସହିତ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଖରାପ ଥିଲା । ସେମାନେ ଦାବି କରିଛନ୍ତି ଯେ ଚୈତନ୍ୟ ପୁଟା ପୂର୍ବରୁ ପୂର୍ଣ୍ଣମୀଙ୍କୁ ହତ୍ୟା ଧମକ ଦେଇଥିଲେ । ଏହି ଅଭିଯୋଗକୁ ଆଧାର କରି ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି । ଯେଉଁଥିରେ ଚୈତନ୍ୟ ପୁଟା ପୂର୍ଣ୍ଣମୀଙ୍କୁ ହତ୍ୟା କରିବା ଏବଂ ତାଙ୍କୁ ରଶିରେ ବାନ୍ଧି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିବାର ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରିଛି ଏବଂ ଘଟଣାର ତଦନ୍ତ କରୁଛି ।
