ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଶନିବାର ରାତ୍ରି ଭୋଜନ ସମୟରେ ସାନଭାଇ ଲଣ୍ଡା ମୁଣ୍ଡା ଓ ବଡଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରେ ସାନ ଭାଇ ଲଣ୍ଡା ଏକ ଟାଙ୍ଗିଆ ଆଣି ବଡ ଭାଇକୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ପରିବାର ସଦସ୍ୟ କେହି ପାଖକୁ ଆସିଲେ ତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା । ପରେ ସାନ ଭାଇ ଲଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏନେଇ ପରିବାର ଲୋକେ ରବିବାର ମହୁଲପଦା ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ହତ୍ୟାକାରୀ ଲଣ୍ଡା ମୁଣ୍ଡାକୁ ଧରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.