1234

ରାସ୍ତାରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କେହି ହତ୍ୟା କରିଥିବା ସନ୍ଦେହ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ବାଇକ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଜୁନାଗଡ଼ -ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଏକ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ । ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ବାଇକ୍ ସହ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.