jittmm
sonalika

ଘର ଭିତରୁ ମିଳିଲା ଯୁବକଙ୍କ ମୃତଦେହ : ପରିବାର ଆଣିଲେ ହତ୍ୟା ଅଭିଯୋଗ

ଗଞ୍ଜାମ : ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ଆସିକା-ଧରାକୋଟ ଥାନା ପୋଡ଼ା ପଲ୍ଲୀ ଗାଁରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ବାଲ୍ୟସରା ଗାଁର ସୀମାଞ୍ଚଳ ପୋଲାଇ । ଖବର ଅନୁଯାୟୀ, ସୀମାଞ୍ଚଳ ଜଣେ ରାଜମିସ୍ତ୍ରୀ ଥିଲେ । କଣ୍ଟାକ୍ଟ୍ରର ନେଇ ବିଭିନ୍ନ ଘର କାମ କରୁଥିଲେ । ଗତ କିଛି ଦିନ ଧରି ଧରାକୋଟ ପୋଡାପଲିର ପଙ୍କଜ ପ୍ରଧାନଙ୍କ କବିସୂର୍ଯ୍ୟନଗର ସ୍ଥିତ ଭଉଣୀଙ୍କ ଘର କାମ କରୁଥିବା ବେଳେ ପଙ୍କଜ ପ୍ରଧାନ ସେମାନଙ୍କ ପାରିଶ୍ରମିକ ଟଙ୍କା ନେଣ ଦେଣ କରିବା ସହ ସମସ୍ତ କଥା ବୁଝୁଥିଲେ । ସେଥିପାଇଁ ଶନିବାର ସେ ପୋଡାପଲି ପଙ୍କଜ ପ୍ରଧାନଙ୍କ ଘରକୁ ପାରିଶ୍ରମିକ ଟଙ୍କା ମାଗିବାକୁ ଯାଇଥିଲେ । ସେଠାରେ ତାଙ୍କର ଝୁଲନ୍ତା ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଘଟଣା ବିଷୟରେ ଘର ଲୋକେ ଜାଣିବା ପରେ ଧରାକୋଟ ଥାନାକୁ ଖବର ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ । ଅଭିଯୋଗ ପରେ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.