jittmm
sonalika

ଅଟୋରୁ ମିଳିଲା ମୃତଦେହ : ହତ୍ୟା ସନ୍ଦେହ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ରାସ୍ତା ନିକଟରେ ଥିବା ଏକ ଧାନ ବିଲରେ ଏକ ଅଟୋଗାଡି ବହୁ ସମୟ ଧରି ଥିବାର ଦେଖି ଲୋକେ ଅଟୋ ନିକଟକୁ ଯିବାରୁ ଏକ ମୃତଦେହ ଅଟୋ ଭିତରେ ଦେଖିବାକୁ ପାଇଥିଲେ । ଏହା ପରେ ଲରମ୍ଭା ପୋଲିସକୁସ୍ଥାନୀୟ ଲୋକେ ଖବର କରିଥିଲେ । ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ମୃତକର ପରିଚୟ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଦର୍ବେକେଲା ଗାଁର ଖିରୋଦ୍ର ମେହେର ବୋଲି ଜାଣିଥିଲା । ପରିବାର ଲୋକଙ୍କୁ ପୋଲିସ ଖବର କରି ଘଟଣାସ୍ଥକୁ ଡାକିଥିଲା । ଖିରୋଦ୍ର ପଦ୍ମପୁରକୁ ଦୋକାନୀ ସାମାନ ନେବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ମୃତକର କାହା ସହିତ କିଛି ଝାମେଲା ନ ଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଏ ବୋଲି ପରିବାର ଲୋକେ କହିଛନ୍ତି । ଲରମ୍ଭା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ମୃତକ ପଦ୍ମପୁର ଆସିଥିଲେ କିନ୍ତୁ ଜୁରିଆ ନିକଟକୁ କାହିଁକି ସେ ନିଜେ ଆସିଲେ ନାଁ ତାଙ୍କୁ କେହି ଆଣିକି ଆସିଥିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.