ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହତ୍ୟା କଲା ଜ୍ଵାଇଁ

ରେଢାଖୋଲ : ରେଢାଖୋଲ ଥାନା ପୋଡା ବଲଣ୍ଡା ଗାଁରେ ଡବଲ ମର୍ଡର । ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କଲା ଜ୍ଵାଇଁ । ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ହତ୍ୟା କରିଛି । ମୃତକ ଦ୍ଵୟ ହେଲେ ଗାୟତ୍ରୀ ସାହୁ ଓ ରୁକ୍ମଣୀ ସାହୁ । ଅଭିଯୁକ୍ତ ଜଣକ ହେଲେ ମିଥୁନ ସାହୁ । ପାରିବାରିକ ସମସ୍ୟାକୁ ନେଇ ଜ୍ୱାଇଁ ମିଥୁନ ସାହୁଙ୍କ ସହିତ ଗତ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା । ତା’ ସତ୍ତ୍ୱେ ମଧ୍ୟ ମିଥୁନ ୧୫ଦିନ ହେବ ଶାଶୁ ଘରକୁ ଆସି ଏକ ନୂତନ ଗୃହ ନିର୍ମାଣ କରୁଥିଲେ । ଆଜି ସକାଳୁ ମିଥୁନଙ୍କ ସ୍ତ୍ରୀ ଓ ଶାଶୁ ମିଶି ତାଙ୍କୁ ଗାଳି ଗୁଲଜ କରିବା ସହିତ ଘରୁ ବାହାରି ଯିବାକୁ ବାଧ୍ୟ କରିବା ସହିତ ମାଡ଼ ମାରିଥିଲେ । ତେବେ ନିର୍ଯ୍ୟାତନା ସହ୍ୟ କରି ନପାରି ସ୍ତ୍ରୀ ଓ ଶାଶୁଙ୍କୁ ଟାଙ୍ଗିଆରେ ମିଥୁନ ହତ୍ୟା ମରିଥିଲେ । ଘଟଣା ଘଟିବା ପରେ ମିଥୁନ ତାଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେଇ ଥାନାରେ ଆତ୍ମ ସମର୍ପଣ କରିଥିଲେ । ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.