ନବଜାତ ଶିଶୁର ଗଳାକାଟି ହତ୍ୟା କଲା ନିଜ ମାଁ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନବଜାତକୁ ଗଳାକାଟି ହତ୍ୟା ନିଜ ମା’ । ପୁଲିସ ନବଜାତ ଶିଶୁର ହତ୍ୟା କରିଥିବା ହତ୍ୟାକାରୀ ମା’କୁ ଗିରଫ କରିଛି । ଏହି ଘଟଣା ରାଜଧାନୀର ମୁଣ୍ଡକାର ଟିକରିର ବାବା ହରିଦାସ କଲୋନିରେ ଘଟିଛି । ଏଠାରେ ବସବାସ କରୁଥିବା ଦମ୍ପତିଙ୍କର ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ସନ୍ତାନ ଜନ୍ମ ହେବାପରେ ମା’ ନିରାଶ ହୋଇଯାଇଥିଲା । କାରଣ ସେ ପୁତ୍ର ସନ୍ତାନ ଚାହୁଁଥିଲା । ତେଣୁ ରାଗରେ ସେ ନବଜାତକୁ ଗଳାକାଟି ହତ୍ୟା କରିଥିଲା । ଏହାଦେଖି ସଙ୍ଗେସଙ୍ଗେ ମୃତ ଶିଶୁର ବାପା ଥାନାକୁ ଯାଇ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଥିଲେ । ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଶିଶୁକୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଛୁରୀକୁ ଜବତ କରି ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.