om academy

୭ ଟିକିଆ ହାତୀପଲ ପଶି ନଷ୍ଟ କରିଦେଲେ ପରିବା ଚାଷ

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ମାସେ ହେଲା ହାତୀପଲଙ୍କ ଉତ୍ପାତ ଜାରି ରହିଛି । ବିଳମ୍ବିତ ରାତିରେ ୭ଟିକିଆ ହାତୀପଲ ପଶି ଆମ୍ବ, ପଣସ, କାଜୁ, କଦଳୀ, ନଡ଼ିଆଗଛ ଭାଙ୍ଗିବା ସହ ପରିବାଚାଷକୁ ମାଡ଼ିଦଳି ନଷ୍ଟ କରିଦେଉଛନ୍ତି । ହାତୀପଲ ବାଡ଼ିବଗିଚା ଉଜାଡ଼ିବା ସହ‌ ଘରେ ପଶି ଯାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ହାତୀପଲ ପଶି ଦାଶରଥି ବେହେରାଙ୍କ ବଗିଚାରେ ପଶି ବୋରୱେଲ୍‌ ଭାଙ୍ଗିବା ସହ ଆମ୍ବଗଛ ଓ ବାଡ଼ ଭାଙ୍ଗି ଦେଇଛନ୍ତି । ସେହିପରି ମହେଶ୍ୱର ବେହେରାଙ୍କ ଆମ୍ବ ବଗିଚାରେ ପଶି ୩୭ଟି ଆମ୍ବଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । ହାତୀପଲଙ୍କ ଉପସ୍ଥିତି ତଥା କ୍ଷୟକ୍ଷତି ସମ୍ପର୍କରେ ଲୋକେ ବନ କର୍ମଚାରୀଙ୍କୁ ସୂଚନା ଦେଉଥିଲେ । କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବାପାଇଁ ଘଟଣାସ୍ଥଳକୁ ଆସୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.