jayashree

ବଣାଇ ବନଖଣ୍ଡରେ ହାତୀ ଉପଦ୍ରବ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଞ୍ଚଳରେ ଦୀର୍ଘଦିନ ହେବ ଦୁଇଟି ଦନ୍ତା ତାଣ୍ଡବ ରଚି ଅନେକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ଆତଙ୍କ ଖେଳାଇ ଦେଇଛନ୍ତି । ମୁଖ୍ୟତଃ ହାତୀ ଦୁଇଟି ବଣାଇ ଓ କୁଳିପୋଷ ବନାଞ୍ଚଳରେ ଘୁରି ବୁଲୁଥିବା ବେଳେ ଏଭଳି ଘଟଣାକୁ ବନବିଭାଗ ହାଲୁକା ଭାବେ ଗ୍ରହଣ କରିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ ଘର ଭାଙ୍ଗି ଥିବା ଏହି ଦୁଇ ହାତୀ ଏବେ କୁଳିପୋଷ ରେଞ୍ଜର ଶବରା ବନାଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ତାଣ୍ଡବ କରୁଥିବା ହାତୀଙ୍କ ପାଇଁ ଆତଙ୍କିତ ଅଞ୍ଚଳବାସୀ ଘଉଡାଇବା ପାଇଁ ଏବେ ଆକ୍ରମଣାତ୍ମକ ହୋଇ ପଡିଥିବା ଦେଖାଯାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଦି ଏଭଳି ଘଟଣାକୁ ଗୁରୁତ୍ୱ ନ ଦିଅନ୍ତି ତାହେଲେ ହାତୀଙ୍କ ଜୀବନ ପ୍ରତି ବିପଦ ଘନେଇ ଆସୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.