ls

ସନ୍ଥପଡା ଗ୍ରାମରେ ହାତୀ ଉପଦ୍ରବ : ୧ ମୃତ ୧ ଗୁରୁତର

sb

ତାଳଚେର : ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ଜଣକ କାଞ୍ଚନ ମୁଣ୍ଡା ଓ ଗୁରୁତର ସ୍ୱାମୀ ଜଣକ ମୁକୁନ୍ଦ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବା ବେଳେ ସ୍ତ୍ରୀକୁ ଦନ୍ତା ହାତୀଟି ଘୋଷାଡ଼ି ମାରିଥିବା ବେଳେ ଅଳ୍ପକେ ବର୍ତ୍ତି ଗୁରୁତର ହୋଇଛନ୍ତି ସ୍ୱାମୀ । ସ୍ୱାମୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି ।

pc pk
Leave A Reply

Your email address will not be published.