ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ଏଥିରେ ଅନେକଙ୍କ ଜୀବନ ଯାଉଛି । ଏହି ଲଢ଼େଇ ମୃତ୍ୟୁ ହେଉଥିବା ଲୋକଙ୍କୁ ଅନୁକମ୍ପା ଦେବା ପାଇଁ ଅନୁକମ୍ପା ୱେବ୍‌ସାଇଟ ଅଛି । ସବୁ ଡିଭିଜନକୁ ପଇସା ଦିଆଯାଇଛି । ତୁରନ୍ତ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ଅନୁକମ୍ପା ମିଳିବ। ଏବେ ଏହି ଅନୁକମ୍ପା ରାଶିକୁ ବଢ଼ା ଯାଇଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ । ସେ ଆହୁରି କହିଛନ୍ତି ଯେ, ହାତୀ ମଣିଷ ଲଢ଼େଇରେ ମୃତ୍ୟୁ ହେଲେ ୬ ଲକ୍ଷ, ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ଟଙ୍କା ଓ ବଦଳ ଓ ଗାଈ ମରିଲେ ମଧ୍ୟ ଅନୁକମ୍ପା ରାଶି ବଢ଼ାଯାଇଛି। ଏ ରାଶିକୁ ବଢ଼ାଯିବାର କାରଣ ହେଲା ଲୋକମାନେ ବନ୍ୟ ଜନ୍ତୁଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବେ ନାହିଁ। ହାତୀ ମଣିଷ ଲଢ଼େଇରେ ବର୍ଷକୁ ପ୍ରାୟ ୬୦ ଜଣଙ୍କ ଜୀବନ ଯାଉଛି। ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ ୫୦ ପ୍ରତିଶତ ହାତୀ ମଣିଷ ଲଢ଼େଇ କମିଯିବ।

Leave A Reply

Your email address will not be published.