ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀକୁ ହତ୍ୟା ପରେ ଦାନ୍ତ ଚୋରି ଘଟଣା : ୫ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବୁଧବାର ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀର ମୃତଦେହ ପଡିଥିବାର ଖବର ମିଲିଥିଲା । ବନବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ହାତୀର ଏକ ଦାନ୍ତ ଦୁର୍ବୁତ୍ତମାନେ କାଟି ନେଇଥିବାର ଦେଖିବାକୁ ମିଳିଥିଲା । ବନ ବିଭାଗ ଏହି ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ହାତୀ ଦାନ୍ତ ଓ ବରାହ ଫାସ ପାଇଁ ବ୍ୟବହାର ସମସ୍ତ ସାମଗ୍ରୀ ଜବତ କରିଛି। ସୁଚନା ଅନୁଗତ ଯେ, ଅସୁର ଡୁଙ୍ଗୁରି ଜଙ୍ଗଲରେ ବରାହ ଶିକାର ପାଇଁ ଶିକାରୀମାନେ ଫାସ ପକାଇଥିଲେ । ଏହି ଫାସରେ ପଡି ହାତୀର ମୃତ୍ୟୁ ହୋଇଥିଲା । ପରେ ହାତୀର ଦାନ୍ତ କାଟି ଦୁର୍ବୁତ୍ତମାନେ ଫେରାର ମାରିଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.