oom

ଦନ୍ତା ହାତୀ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ଜଂଗଲ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା, କ୍ଷତିପୂରଣ ରାଶିର ୧୦% ହସ୍ତାନ୍ତର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦନ୍ତା ହାତୀ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ଜଂଗଲ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥବା ବେଳେ କ୍ଷତିପୂରଣ ରାଶିର ୧୦% ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ତେବେ ଲିଗାଲ୍‌ ହେଆର୍‌ ଆଦି ଆବଶ୍ୟକ କାଗଜପତ୍ର ପରେ ବାକି କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଏସିଏଫ ବାବାଜୀ ରାଉଳ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଡ଼ଙ୍ଗାଭଟା ଗାଁରେ ଗତ ରାତିରେ ସ୍ୱାମୀ ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଏବଂ ପତ୍ନୀ ପ୍ରତିମା ଷାଣ୍ଢ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ହଠାତ୍‌ ଏକ ଦନ୍ତା ହାତୀ ଘର ଭାଂଗି ଘରେ ଥିବା ତିନି ଚାରି ପ୍ୟାକେଟ୍‌ ଚାଉଳ ଖାଇବା ପରେ ପ୍ରତିମା ଷାଣ୍ଢ(୫୮)ଙ୍କୁ ଦଳି ମାରି ଦେଇଥିଲା । ମାର୍କଣ୍ଡ ଷାଣ୍ଢ (ଝଗଡ଼ୁ) ଘଟଣା ସ୍ଥଳରୁ ଦୌଡ଼ି ପଳାଇ ପ୍ରାଣ ବଂଚାଇଥିଲେ ମଧ୍ୟ ପ୍ରତିମାଙ୍କୁ ଦଳି ଦେଇଥିଲା ଦନ୍ତା ।

jittmm
Leave A Reply

Your email address will not be published.